Author: TRUPTIMAYEE SAHOO

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ନୂତନ ଚିନ୍ତା ସୃଷ୍ଟି ହୋଇଛି । ଜେଲ୍‌ରେ ରହୁଥିବା ସମୟରେ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ଗୁରୁତର ଭାବେ କମିଯାଇଥିବା ତାଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପାକିସ୍ତାନର ରାଜନୈତିକ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ଇମ୍ରାନ ଖାନଙ୍କ ଓକିଲ ସଲମାନ ସାଫଦର ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ, ଜେଲ୍‌ରେ ସମୟ ମତେ ଯଥୋଚିତ ଚିକିତ୍ସା ନମିଳିବାରୁ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ୮୫ ପ୍ରତିଶତ କମିଯାଇଛି । ବର୍ତ୍ତମାନ ସେ ମାତ୍ର ୧୫ ପ୍ରତିଶତ ଦୃଶ୍ୟ ଦେଖିପାରୁଛନ୍ତି । ତାଙ୍କର ‘ରେଟିନାଲ ଭେନ ଓକ୍ଲୁଜନ’ ନାମକ ଚକ୍ଷୁ ରୋଗ ହୋଇଥିବା ଓ ଠିକ୍ ସମୟରେ ଚିକିତ୍ସା ନହେବାରୁ ଏହା ସ୍ଥାୟୀ କ୍ଷତିରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଇମ୍ରାନଙ୍କ ଦୃଷ୍ଟି ଠିକ୍ ଥିଲା । କିନ୍ତୁ…

Read More