Author: TRUPTIMAYEE SAHOO

ଚୀନର ଅତ୍ୟାଧୁନିକ ଏବଂ ଅର୍ଥନୈତିକ ଭାବେ ସଶକ୍ତ ସହର ସାଂଘାଇରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସହରର ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ଧସି ପଡ଼ି ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । କିଛି ସେକେଣ୍ଡ ମଧ୍ୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସହରୀ ଢାଞ୍ଚା ନେଇ ଗଭୀର ଚର୍ଚ୍ଚା ଆରମ୍ଭ ହୋଇଛି।  ପ୍ରତିଦିନ ଲକ୍ଷାଧିକ ଲୋକ ଯାତାୟାତ କରୁଥିବା ଏହି ରାସ୍ତାର ଏପରି ଧସିଯିବା ଘଟଣା ଏକ ବଡ଼ ସତର୍କ ସଙ୍କେତ ଭାବେ ଦେଖାଯାଉଛି । ପ୍ରଥମ ଦୃଷ୍ଟିରେ ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଫଳ ନୁହେଁ ବୋଲି ଅଧିକାରୀମାନେ ଜଣାଇଛନ୍ତି । ବରଂ ଦ୍ରୁତ ଗତିରେ ବଢୁଥିବା ସହରୀକରଣ ଓ ଦୁର୍ବଳ ନିର୍ମାଣ ପ୍ରକ୍ରିୟା ଏହାର ପ୍ରମୁଖ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ସାଂଘାଇର ଅନେକ ଅଞ୍ଚଳ ନରମ ମାଟିରେ ଅବସ୍ଥିତ…

Read More