Author: TRUPTIMAYEE SAHOO

କର୍ଣ୍ଣାଟକର ହାମ୍ପି ନିକଟସ୍ଥ ସନପୁରା ଗ୍ରାମରେ ଘଟିଥିବା ଭୟଙ୍କର ଘଟଣାରେ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟାକାରୀଙ୍କୁ କର୍ଣ୍ଣାଟକ ସେସନ୍ସ କୋର୍ଟ ମୃତ୍ୟୁଦଣ୍ଡ ଦେଇଛି । ଗତ ବର୍ଷ ମାର୍ଚ୍ଚ ୬ ତାରିଖରେ ଘଟିଥିବା ଏହି ହରର୍ ଘଟଣା ଦେଶରେ ଆଲୋଚନାର ବିଷୟ ହୋଇଥିଲା। ଘଟଣା ସମୟରେ ବିଭାସ ନାୟକ ସହ ଦୁଇ ଜଣ ମିତ୍ର ଏବଂ ଇସ୍ରାଏଲ ଯୁବତୀ ସହିତ ହାମ୍ପି ହ୍ରଦକୂଳକୁ ଯାଇଥିଲେ ।  ସେଇ ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଭାସ ଓ ତାଙ୍କ ମିତ୍ରଙ୍କୁ ଟଙ୍କା ଦେବାକୁ ଚାହାଁଥିଲେ। ଟଙ୍କା ନଦେବାରୁ ଦୁର୍ବୃତ୍ତମାନେ ବିଭାସଙ୍କୁ ନିସ୍ତୁକ ମାଡ଼ ମାରି ତୁଙ୍ଗଭଦ୍ରା ଦକ୍ଷିଣ କେନାଲରେ ଫିଙ୍ଗିଦେଇଥିଲେ।  ଇସ୍ରାଏଲ ଯୁବତୀ ଓ ପିଜି ଓନରଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ବିଭାସ ଓ ତାଙ୍କ ମିତ୍ରମାନଙ୍କ ପାଇଁ ଯାତ୍ରାରେ ରକ୍ଷା ସମ୍ଭବ ହୋଇଥିଲେ ମଧ୍ୟ, ବିଭାସ ନାୟକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ କର୍ଣ୍ଣାଟକ ହାମ୍ପି ନିକଟ ସନପୁରା…

Read More