Author: TRUPTIMAYEE SAHOO

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏବଂ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡା ପୁଣିଥରେ ମେଡିକାଲ ଭର୍ତ୍ତି କରାଯାଇଛନ୍ତି। ଗତ ସୋମବାର ବିକ୍ରମ ମେଡିକାଲରୁ ଡିସଚାର୍ଜ ହୋଇ ଜେଲ୍ ଫେରିଥିଲେ, କିନ୍ତୁ ପୁଣି ପେଟରେ ତିବ୍ର ଯନ୍ତ୍ରଣା ହେବାରୁ ଏମକେସିଜି (MKCG) ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କ ଓକିଲ ଗତକାଲି କୋର୍ଟକୁ ଦରଖାସ୍ତ ପେଶ କରି ତାଙ୍କର ଅପରେସନ ପାଇଁ ଅନୁମତି ଦାବି କରିଥିଲେ। ଏହାପରେ, ସେ କଡା ସୁରକ୍ଷାରେ ଏମକେସିଜି ମେଡିକାଲ ଅଣାଯାଇଥିଲେ। ଏହି ଭର୍ତ୍ତି ସମୟରେ ବିକ୍ରମଙ୍କର ପ୍ରତ୍ୟକ୍ଷ ନିରୀକ୍ଷଣ ଏବଂ ବିଭିନ୍ନ ମେଡିକାଲ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବିକ୍ରମଙ୍କ ଓକିଲ ଏହି ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ କୋର୍ଟରେ ଲିଖିତ ରୂପରେ ଦରଖାସ୍ତ ଦାଖଲ କରିବେ, ଯାହାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଅପରେସନ ପାଇଁ  ତାହା ସ୍ପଷ୍ଟ କରାଯିବ। ଏହି ପ୍ରକ୍ରିୟାରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।…

Read More