Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ ଏବେ ଏକ ନିରବ ପରିବର୍ତ୍ତନ ଚାଲିଛି। କୌଣସି ବଡ଼ ଘୋଷଣା ନାହିଁ, କୌଣସି ଆଧିକାରିକ ପ୍ରେସ୍‌ ନୋଟ୍‌ ନାହିଁ, କିନ୍ତୁ ଘଟଣାମାନେ ନିଜେ ଏକ ନୂଆ ସଙ୍କେତ ଦେଉଛନ୍ତି। ଯେଉଁମାନେ ଗତକାଲି ପର୍ଯ୍ୟନ୍ତ ଦଳର ସବୁଠୁ ପ୍ରଭାବଶାଳୀ ମୁହଁ ଥିଲେ, ସେମାନେ ଆଜି ହଜି ଯାଉଛନ୍ତି । ଆଉ ଯେଉଁମାନେ ଦୀର୍ଘଦିନ ଧରି ସାଇଲେଣ୍ଟ ଥିଲେ, ସେମାନେ ଆସ୍ତେ ଆସ୍ତେ ଆଗକୁ ଆସୁଛନ୍ତି। ଏହି ପରିବର୍ତ୍ତନର ମଧ୍ୟରେ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଦୁଇଟି ଚିତ୍ର—କଳିକେଶଙ୍କ ଆଗମନ ଓ ବବି-ମାନସଙ୍କ ନିରବତା। ଦିନ ଥିଲା, ଯେତେବେଳେ ବିଜେଡି ସରକାରରେ ଥିଲା, ସେତେବେଳେ କିଛି ନେତାଙ୍କ ନାମ ମାତ୍ରେ ପ୍ରଶାସନ ଓ ଗଣମାଧ୍ୟମ ଦୁହେଁ ସଚେତନ ହୋଇଯାଉଥିଲେ। ସେମାନଙ୍କ ବିରୋଧରେ କଥା କହିବା ତ ଦୂରର କଥା, ସେମାନଙ୍କ ନିକଟକୁ ପହଞ୍ଚିବା ସହଜ ନଥିଲା, । ଦଳୀୟ କାର୍ଯ୍ୟକ୍ରମରେ ସେମାନେ ଥିଲେ କେନ୍ଦ୍ରବିନ୍ଦୁ। ଗଣମାଧ୍ୟମ ପରିଚାଳନାରୁ ଆରମ୍ଭ କରି…

Read More