Author: TRUPTIMAYEE SAHOO

କେନ୍ଦୁଝର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କାଠବାଉଁଶୁଳି ଗାଁରେ କୂଅରେ ପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ଗାଁର ବାସିନ୍ଦା ମୋହନ ଚରଣ ମହାନ୍ତଙ୍କ ଘର ପାଖରେ ଥିବା ଖୋଲା କୂଅରେ ଏହି ଅପମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାଟି ଅଞ୍ଚଳରେ ଶୋକର ଛାୟା ପ୍ରସାର କରିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପ୍ରାୟ ୧୦ଟିଆ ହାତୀପଲ ଗାଁ ନିକଟରୁ ଅତିକ୍ରମ କରୁଥିଲା। ଏହି ସମୟରେ ଏକ ହାତୀଛୁଆ ଅସାବଧାନତାବଶତଃ ଖୋଲା କୂଅରେ ଖସିପଡ଼ିଥିଲା। ରାତିର ଅନ୍ଧକାର ଓ ଚାରିପାଖରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଛୁଆଟି କୂଅରେ ପଡ଼ିଯାଇଥିବା କୁହାଯାଉଛି।  ସକାଳେ ଗାଁଲୋକ ଘଟଣାଟି ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କୂଅ ଭିତରୁ ହାତୀଛୁଆକୁ ବାହାର କରିବା ପାଇଁ ପ୍ରୟାସ ଚାଲିଥିବାବେଳେ ଉପରୁ କିଛି ପଥର ଖସି ପଡ଼ିଥିଲା। ସେହି ପଥର ହାତୀଛୁଆର…

Read More