Author: TRUPTIMAYEE SAHOO

ଆଫଗାନିସ୍ତାନ–ପାକିସ୍ତାନ ସୀମାରେ ଉତ୍ତେଜନା ଏବେ ଚରମ ସୀମାକୁ ପହଞ୍ଚିଛି। ଆଫଗାନ ସେନା ଦ୍ୱାରା ପାକିସ୍ତାନର ଏକ F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଦେବା ଘଟଣା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଖବର ଅନୁସାରେ, ପାକିସ୍ତାନ ବାୟୁସେନାର F-16 ବିମାନ ଆଫଗାନ ଏୟାରସ୍ପେସ୍ ଉଲ୍ଲଂଘନ କରି ପ୍ରବେଶ କରିଥିଲା ଏବଂ ତାହାକୁ ପ୍ରତିହତ କରିବା ସମୟରେ ଆଫଗାନ ସେନା ଗୁଳି ଚାଲାଇଥିଲେ।  ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, କାବୁଲ ଓ କାନ୍ଦାହାରରେ ଥିବା ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରି ଏୟାରଷ୍ଟ୍ରାଇକ୍ କରାଯାଇଥିଲା। କିନ୍ତୁ ଆଫଗାନ ପକ୍ଷ ଏହାକୁ ସ୍ପଷ୍ଟ ଭାବେ ଏୟାରସ୍ପେସ୍ ଉଲ୍ଲଂଘନ ବୋଲି ଅଭିଯୋଗ କରିଛି। କାବୁଲ, କନ୍ଦାହାର ଏବଂ ପାକଟିଆ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏହି ପରିସ୍ଥିତିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ୱାଜା ଅସିଫ୍ ଖୋଲା ଯୁଦ୍ଧର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଧୈର୍ଯ୍ୟର ସୀମା ପାର…

Read More