Author: TRUPTIMAYEE SAHOO

ଭାରତୀୟ ସେନା ଏବେ ଏକ ନୂଆ ରଣନୀତି ଉପରେ କାମ କରୁଛି। ପୂର୍ବରୁ ପାକିସ୍ତାନ କିମ୍ବା ଚୀନକୁ ଜବାବ ଦେବା ପାଇଁ ଆମ ପାଖରେ ବିଶାଳକାୟ ‘ବ୍ରହ୍ମୋସ’ ମିସାଇଲ୍ ଥିଲା, କିନ୍ତୁ ଏବେ ଭାରତ ‘ବେବି ବ୍ରହ୍ମୋସ’ ନିର୍ମାଣ କରିବାକୁ ଯାଉଛି। କଣ ଏହି ବେବି ବ୍ରହ୍ମୋସ? କାହିଁକି ଭାରତ ଏହି କ୍ଷୁଦ୍ର ମିସାଇଲ୍ ତିଆରି କରୁଛି? ଏବଂ ଭବିଷ୍ୟତ ଯୁଦ୍ଧରେ ଏହା କିପରି ଶତ୍ରୁର ମେରୁଦଣ୍ଡ ଭାଙ୍ଗିବ, ସେ ବିଷୟରେ ଆଜିର ଏହି ଭିଡିଓରେ ଆମେ ବିସ୍ତୃତ ଭାବେ ଜାଣିବା। ଆର୍ମି ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ମତରେ, ଆଗାମୀ ଯୁଦ୍ଧ କେବଳ ଦୁଇ-ଚାରି ଦିନର ନୁହେଁ, ବରଂ ଏକ ଦୀର୍ଘକାଳୀନ ଯୁଦ୍ଧ ହୋଇପାରେ, ଯେମିତି ଆମେ ଋଷ-ୟୁକ୍ରେନ ଯୁଦ୍ଧରେ ଦେଖୁଛୁ । ତେଣୁ ଭାରତକୁ ଏଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ହେବ। ବ୍ରହ୍ମୋସ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୁପରସୋନିକ୍ କ୍ରୁଜ୍ ମିସାଇଲ୍। କିନ୍ତୁ ବେବି…

Read More