Author: TRUPTIMAYEE SAHOO

ଭାରତୀୟ ରାଜନୀତିର ଚେସ୍ ବୋର୍ଡରେ ଏବେ ଏମିତି ଏକ ଚାଲ୍ ଚାଲିଛି, ଯାହା କେବଳ ପାଠ୍ୟପୁସ୍ତକର ବିବାଦ ନୁହେଁ, ବରଂ ଜଣେ ପ୍ରଭାବଶାଳୀ ନେତାଙ୍କ ମୁଖ୍ୟମନ୍ତ୍ରୀ ହେବାର ବ୍ୟାକୁଳତା ଏବଂ ପ୍ରଧାନମନ୍ତ୍ରୀଙ୍କ କଠୋର ଅନୁଶାସନ ମଧ୍ୟରେ ସଂଘର୍ଷର ଚିତ୍ରକୁ ସ୍ପଷ୍ଟ କରୁଛି। ଏନସିଇଆରଟି ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଏବେ ଶିକ୍ଷା ମନ୍ତ୍ରାଳୟର ସୀମା ଡେଇଁ କେନ୍ଦ୍ରୀୟ କ୍ୟାବିନେଟ୍‌ର ବନ୍ଦ କୋଠରୀକୁ ଥରାଇ ଦେଇଛି। ଏହି ସମଗ୍ର ଘଟଣାକ୍ରମ ପଛରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କ୍ଷମତା ପାଇଁ ଥିବା ‘ଅହଂକାର’ ଏବଂ ‘ଅଭିସନ୍ଧି’ ରହିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପାଠ୍ୟପୁସ୍ତକ ବିବାଦ – ଏକ ସୁଚିନ୍ତିତ ‘ସେଲ୍‌ଫ ଗୋଲ୍’? ଗତ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି ‘Exploring Society: India and Beyond’ରେ…

Read More