Author: TRUPTIMAYEE SAHOO

ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅଞ୍ଚଳରେ କୋର୍ଟ ଚାଲାଣ ବେଳେ ଜଣେ କଏଦୀ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିବା ଘଟଣା ଚର୍ଚ୍ଚାର କାରଣ ହୋଇଛି । ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିବା ବେଳେ ସେ ଅସାବଧାନତାର ସୁଯୋଗ ନେଇ ମେଡିକାଲ ପାଚେରୀ ଡେଇଁ ପଳାଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ ଆବଶ୍ୟକ ଡାକ୍ତରୀ ପରୀକ୍ଷା ପାଇଁ ପୋଲିସ ଦଳ ହସ୍ପିଟାଲକୁ ନେଇଥିଲେ। ଡାକ୍ତରୀ ମାଇନା ପ୍ରକ୍ରିୟା ଚାଲିଥିବା ସମୟରେ କିଛି ମୁହୂର୍ତ୍ତର ଅସାବଧାନତାକୁ ସୁଯୋଗ କରି କଏଦୀ ହଠାତ୍ ଦୌଡ଼ି ମେଡିକାଲ ପରିସରର ପାଚେରୀ ଡେଇଁ ଚମ୍ପଟ ମାରିଥିଲେ।  ପୋଲିସ କର୍ମଚାରୀମାନେ ତତ୍କ୍ଷଣାତ୍ ପିଛା କରିଥିଲେ, କିନ୍ତୁ ସେ ପଳାଇବାରେ ସଫଳ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ବିରିଡି ଥାନା ପକ୍ଷରୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜିଲ୍ଲାର ବିଭିନ୍ନ ଥାନାକୁ ସଚେତନ…

Read More