Author: TRUPTIMAYEE SAHOO

ଭୁବନେଶ୍ୱର ଜଣାଶୁଣା ରେଷ୍ଟୁରାଣ୍ଟ ତନ୍ଦୁରୀୱାଲା ଉପରେ ପଡିଛି ଆୟକର ବିଭାଗର ଚାବୁକ୍ | ଟାକ୍ସ ଠକେଇ ଅଭିଯୋଗରେ ଆୟକର ବିଭାଗ ରେଷ୍ଟୁରାଣ୍ଟ ବ୍ୟବସାୟୀ ଅଭୟ କୁମାର ନାୟକଙ୍କ ବ୍ୟବସାୟ ଉପରେ କରିଛି ଚଢାଉ । ‘ତନ୍ଦୁରୀୱାଲା’ର ସବୁ ବ୍ରାଞ୍ଚ ଓ ତା ସହିତ ଜଡିତ ଅନ୍ୟ ରେଷ୍ଟୁରାଣ୍ଟକୁ ଟାର୍ଗେଟ କରି ଭୁବନେଶ୍ୱର, ପୁରୀ ଏବଂ କଟକର ଛଅଟି ସ୍ଥାନରେ କରାଯାଇଛି ତଲାସ। ବହୁ ପରିମାଣର ଆୟକର ଫାଙ୍କିବା ଅଭିଯୋଗ ପରେ ଆୟକର ବିଭାଗ ରବିବାର ତିନୋଟି ଓଡିଶା ସହରରେ ଥିବା ଅଭୟ କୁମାର ନାୟକଙ୍କ ରେଷ୍ଟୁରାଣ୍ଟ ମାନଙ୍କରେ ଏକକାଳୀନ ଚଢାଉ କରିଛି। ସରକାରୀ ସୂତ୍ର ଅନୁଯାୟୀ, ବ୍ୟାପାରର ଛଅଟି ସ୍ଥାନରେ ଏକକାଳୀନ ତଲାସ କରାଯାଇଛି। ଏଥି ସହ ଚଢାଉରେ ଅଭୟଙ୍କ ରଘୁନାଥପୁରସ୍ଥିତ ବାସଭବନରେ ଓ ତାଙ୍କ ବ୍ୟବସାୟ ନେଟୱାର୍କ ସହିତ ଜଡିତ ଅନେକ ରେଷ୍ଟୁରାଣ୍ଟରେ ମଧ୍ୟ ହୋଇଛି ଚଢ଼ାଉ | ତେବେ ତାଙ୍କ ଅଧୀନରେ ଥିବା ପଟିଆର ‘ମହୀଶୂର ଏକ୍ସପ୍ରେସ’ ଏବଂ…

Read More