Author: Ayesha Debnath

Virat-Anushka visit Vrindavan: କୋହଲି ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରେମାନନ୍ଦ ମହାରାଜଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଭିଡ଼ିଓ ପୋଷ୍ଟ କରାଯାଇଛି । ଯେଉଁଥିରେ କୋହଲି ଏବଂ ଅନୁଷ୍କା ସେମାନଙ୍କର ଦୁଇ ସନ୍ତାନ ଭାମିକା ଏବଂ ଆକାୟଙ୍କ ସହ ତାଙ୍କୁ ଭେଟିବାକୁ ଯାଉଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଦୁଇ ପିଲାଙ୍କୁ ନେଇ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ କୋହଲି ଓ ଅନୁଷ୍କା ବୃନ୍ଦାବନରେ ଥିବା ପ୍ରେମାନନ୍ଦ ଗୋବିନ୍ଦ ଶରଣଜୀ ମହାରାଜଙ୍କ ଆଶ୍ରମକୁ ଯାଇ ଆଶୀର୍ବାଦ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କୋହଲି କିଛି ଦିନ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ରନ୍ କରିବାକୁ ମଧ୍ୟ ସଂଘର୍ଷ କରୁଥିଲେ। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ କୋହଲି ଓ…

Read More