Author: Ayesha Debnath

Snoring Causes: ଘୁଙ୍ଗୁଡ଼ି ସାଧାରଣତଃ ଗଭୀର ନିଦ୍ରାର ଲକ୍ଷଣ ହୋଇଥାଏ । ଆପଣ ଅନେକ ସମୟରେ ଶୁଣିଥିବେ ଯେ, ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ଭଲ ଭାବେ ଶୋଇଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଘୁଙ୍ଗୁଡ଼ି ମରିବାର ଅର୍ଥ ନିଦ ନୁହେଁ; ଏହା ଏକ ଗମ୍ଭୀର ସମସ୍ୟାର ସଙ୍କେତ? ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ପ୍ରାୟତଃ ଅଜାଣତରେ ଥାଆନ୍ତି ଯେ ସେମାନେ ଘୁଙ୍ଗୁଡ଼ି ମାରୁଛନ୍ତି । ଘୁଙ୍ଗୁଡ଼ି ମାରିବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ । ଘୁଙ୍ଗୁଡ଼ି ମାରିବାର କାରଣ ଘୁଙ୍ଗୁଡ଼ି ମାରିବାର ଅନେକ କାରଣ ଥାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ନୁସାରେ, ଏହା ନାକ ଓ ଗଳା ଏବଂ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ। ମେଦବହୁଳତା, ଅତ୍ୟଧିକ ଧୂମପାନ ଏବଂ ମଦ୍ୟପାନ, ଅନିଦ୍ରା କିମ୍ବା ନାକରେ ଆଲର୍ଜି କାରଣରୁ ଏହା ହୋଇପାରେ। ଶ୍ୱାସନଳୀର ଉପର ଭାଗ ବ୍ଳକ୍ ହେଲେ ଫୁସଫୁସକୁ କମ୍ ପରିମାଣର ଅକ୍ସିଜେନ୍ ବା ଅମ୍ଳଜାନ ଯାଇଥାଏ, ଫଳରେ…

Read More