Author: Ayesha Debnath

Anushka and Virat Son Akaay: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ସନ୍ତୁଳନ ବଜାୟ ରଖିଛନ୍ତି। ବର୍ତ୍ତମାନ ସେ ମାତୃତ୍ୱକୁ ଭରପୂର ଉପଭୋଗ କରୁଛନ୍ତି। ସେ ଦୁଇ ସନ୍ତାନର ମା’ । ଅନୁଷ୍କା ଶର୍ମା ଏବଂ ସ୍ୱାମୀ ବିରାଟ କୋହଲିଙ୍କର ଗୋଟିଏ ଝିଅ ଭାମିକା ଏବଂ ଗୋଟିଏ ପୁଅ ଅକାୟ । ଅନୁଷ୍କା ଏବଂ କ୍ରିକେଟର ବିରାଟ ନିଜ ପିଲାଙ୍କ ଗୋପନୀୟତାକୁ ନେଇ ବହୁତ ସଚେତନ । ସେ ଏପର୍ଯ୍ୟନ୍ତ ନିଜ ପିଲାମାନଙ୍କ ମୁହଁ ପ୍ରକାଶ କରିନାହାଁନ୍ତି ।  ନିକଟରେ ସେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହିତ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ଦମ୍ପତି ପ୍ରେମାନନ୍ଦ ମହାରାଜଙ୍କୁ ନିଜ ମନ କଥା କହୁଛନ୍ତି । ଏହି ସମୟରେ ଅନୁଷ୍କା ଏବଂ ବିରାଟଙ୍କ ପୁଅ ଓ ଝିଅ ନଜର ଆସିଥିଲେ ।…

Read More