Author: Ayesha Debnath

Barabati: ସମସ୍ତ କ୍ରିକେଟ ପ୍ରେମିଙ୍କ ପାଇଁ ଖୁସି ଖବର । ଆସନ୍ତା ଫେବ୍ରୁଆରୀ ୯ ତାରିଖରେ କଟକର ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ସେଥିପାଇଁ ପାଇଁ ଜୋରଦାର୍ ଚାଲିଛି ପ୍ରସ୍ତୁତି । ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ କମିଶନର (ଆରଡିସି) ପି.ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍ ପାଇଁ ଫେବୃଆରୀ ୭ ସୁଦ୍ଧା ସମସ୍ତ ପ୍ରସ୍ତୁତି ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଏହି ବୈଠକରେ ମ୍ୟାଚ୍ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ନିଷ୍ପତି ନିଆଯାଇଛି। ପାଞ୍ଚଟି ସ୍ଥାନରେ ମୋଟ ୨୫ ହଜାର ଯାନ ବାହନ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ…

Read More