Author: Ayesha Debnath

Moist: ବଢ଼ିଚାଲିଛି ମାଓବାଦୀଙ୍କ ଆତଙ୍କ । ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ବିଜାପୁର ବୁଡ଼ଗିଚେରୁ ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକ କାରମ ରାଜୁ ଓ ମାଡ଼ବି ମୁନ୍ନାଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି । ହତ୍ୟା କରି ଗାଁରେ ମୃତଦେହ ପକାଇ ଚାଲିଗଲେ ମାଓବାଦୀ । ଏହାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ । ଗ୍ରାମର କାରମ ରାଜୁ ଏବଂ ମାଡ଼ବି ମୁନ୍ନାକୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଯାଇଥିଲେ । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ମୃତଦେହକୁ ଗ୍ରାମରେ ଆଣି ଫିଙ୍ଗି ଦେଇଥିଲେ । ଆଜି ସକାଳେ ପରିବାର…

Read More