Author: Ayesha Debnath

Uniform Civil Code: ଗୁଜୁରାଟର ବିଜେପି ସରକାର ମଙ୍ଗଳବାର ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ର ଆବଶ୍ୟକତା ଆକଳନ କରିବା ସହ ଏଥିପାଇଁ ଏକ ବିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ୪୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ଏବଂ ଏହା ପରେ ୟୁସିସି କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି କମିଟି ମୁସଲମାନ ସମ୍ପ୍ରଦାୟ ସମେତ ଧାର୍ମିକ ନେତାମାନଙ୍କୁ ମଧ୍ୟ ଭେଟି ରିପୋର୍ଟ ପ୍ରସ୍ତୁତ କରିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ସିଏମ ପଟେଲ କହିଛନ୍ତି, ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ର ଆବଶ୍ୟକତା ଆକଳନ କରିବା ଏବଂ ଏଥିପାଇଁ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରିବା…

Read More