Author: Ayesha Debnath

China: ଆମେରିକା ଦେଶର ଉତ୍ପାଦ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ପ୍ରତିଶୋଧମୂଳକ ଶୁଳ୍କ ସହ ଚୀନ୍ ଗୁଗୁଲ ଉପରେ ଆଣ୍ଟିଟ୍ରଷ୍ଟ ତଦନ୍ତ ଆରମ୍ଭ କରିଛି। ଷ୍ଟେଟ୍ ଆଡମିନିଷ୍ଟ୍ରେସନ ଫର୍ ମାର୍କେଟ ରେଗୁଲେସନ୍ (ଏସ୍ଏଏମ୍ଆର୍) କହିଛି ଯେ ୨୦୧୦ମସିହାରେ ଚୀନ୍ ର ମୁଖ୍ୟ ଭୂମିରୁ ସର୍ଚ୍ଚ ସେବା ପ୍ରତ୍ୟାହାର କରିଥିବା ଆମେରିକାର ଇଣ୍ଟରନେଟ୍ ସର୍ଚ୍ଚ କମ୍ପାନି ଦେଶର ଆଣ୍ଟିଟ୍ରଷ୍ଟ ଆଇନଉଲ୍ଲଂଘନ କରିଥିବା ସନ୍ଦେହରେ ତଦନ୍ତ ଆରମ୍ଭ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଉପରେ ଚୀନର ପ୍ରତିକ୍ରିୟାର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଛି । ଆମେରିକାର କୋଇଲା ଏବଂ ତରଳ ପ୍ରାକୃତିକ ଗ୍ୟାସ ଉପରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଏବଂ ଅଶୋଧିତ ତୈଳ, କୃଷି ଯନ୍ତ୍ରପାତି ଏବଂ ପିକଅପ୍ ଟ୍ରକ୍ ଉପରେ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଘୋଷଣା କରିବା ସହ ଚୀନର ଷ୍ଟେଟ୍ କାଉନସିଲ୍ ଏହି ପଦକ୍ଷେପ…

Read More