Author: Ayesha Debnath

Donald Trump:ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅବୈଧ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ପରେ ସୋମବାର ୨୦୫ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକାର ଏକ ସାମରିକ ବିମାନ ପଞ୍ଜାବର ଅମୃତସର ଅଭିମୁଖେ ଯାତ୍ରା କରିଥିଲା। ବର୍ତ୍ତମାନ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଲା ଆମେରିକାର ସାମରିକ ବିମାନ ସି-୧୭ । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ପ୍ରଥମ ବ୍ୟାଚ୍‌ରେ ୨୦୫ ଭାରତୀୟ ଅମୃତସର ଫେରିଛନ୍ତି। ବିମାନଟି ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି । ଏଠାରେ ପୋଲିସ ଏବଂ ପ୍ରଶାସନ ସଜାଗ ରହିଛନ୍ତି । ଅନୁପ୍ରବେଶ ରୋକିବାକୁ ଟ୍ରମ୍ପ୍‌ ପ୍ରଶାସନର କଠୋର ପଦକ୍ଷେପ ନେଇଛନ୍ତି । ସୂଚନା ମୁତାବକ, ଅବୈଧ ପ୍ରବାସୀଙ୍କୁ ନିଜ ଦେଶକୁ ପଠାଇବାର ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ବହୁ ସଂଖ୍ୟକ ଅବୈଧ ପ୍ରବାସୀଙ୍କୁ ଆମେରିକାରୁ ନିର୍ବାସିତ କରାଯାଉଛି । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା…

Read More