Author: Ayesha Debnath
Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରୁ ଆମେରିକା ପ୍ରତ୍ୟାହାର ଘୋଷଣା କରିବାର ଗୋଟିଏ ଦିନ ପରେ ଇସ୍ରାଏଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗିଡିଓନ ସାର୍ ବୁଧବାର କହିଛନ୍ତି ଯେ ୟୁଏନଏଚଆରସିରେ ଅଂଶଗ୍ରହଣ ନ କରିବା ନିଷ୍ପତ୍ତିରେ ଇସ୍ରାଏଲ ମଧ୍ୟ ଆମେରିକା ସହ ସାମିଲ ହେବ। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଇସ୍ରାଏଲ ସମର୍ଥନ ଜଣାଇବା ସହ ଏହାକୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି କହିଛନ୍ତି। ବୁଧବାର ଦିନ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ଅଂଶଗ୍ରହଣ ନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଇସ୍ରାଏଲ ସ୍ୱାଗତ କରୁଛି। ଇସ୍ରାଏଲ ଆମେରିକା ସହ ମିଶି ୟୁଏନଏଚଆରସିରେ ଅଂଶଗ୍ରହଣ କରିବ ନାହିଁ। ସେ ୟୁଏନଏଚଆରସିକୁ “ପାରମ୍ପରିକ ଭାବରେ ମାନବାଧିକାର ଉଲ୍ଲଂଘନକାରୀଙ୍କୁ ଯାଞ୍ଚରୁ ଲୁଚାଇବାକୁ ଅନୁମତି ଦେଇ ସେମାନଙ୍କୁ ସୁରକ୍ଷା ଦେଉଛି ଏବଂ ଏହା ବଦଳରେ ମଧ୍ୟପ୍ରାଚ୍ୟର ଏକ ଗଣତନ୍ତ୍ର – ଇସ୍ରାଏଲକୁ ଦୁର୍ବଳ କରିଛି…
