Author: Ayesha Debnath
Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବାଧିକାର ପରିଷଦ (ୟୁଏନଏଚଆରସି) ଭଳି ମିଳିତ ଜାତିସଂଘ ସଂଗଠନରୁ ଆମେରିକାକୁ ପ୍ରତ୍ୟାହାର କରିବା ଏବଂ ବିଶ୍ୱ ସ୍ତରୀୟ ସଂସ୍ଥା ପାଇଁ ପାଣ୍ଠିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟନିର୍ବାହୀ ଆଦେଶରେ କୁହାଯାଇଛି ଯେ ୱାଶିଂଟନ ୟୁଏନଏଚଆରସି ଏବଂ ପାଲେଷ୍ଟାଇନ ପାଇଁ ମୁଖ୍ୟ ଜାତିସଂଘ ରିଲିଫ୍ ଏଜେନ୍ସି (ୟୁଏନଆରଡବ୍ଲୁଏ)ରୁ ଓହରିଯିବ ଏବଂ ମିଳିତ ଜାତିସଂଘଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ରେ ଏହାର ସମ୍ପୃକ୍ତିର ସମୀକ୍ଷା କରିବ। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଜାତିସଂଘ ଭଲ ଭାବେ ପରିଚାଳିତ ହେଉନାହିଁ, କିନ୍ତୁ ସଂଗଠନର “ପ୍ରଚୁର ସମ୍ଭାବନା” ଉପରେ ଆଲୋକପାତ କରିଛି। ବିଶ୍ୱ ସଙ୍ଗଠନକୁ ଆମେରିକାର ସହାୟତା ଅଯଥା ବୋଲି ସେ ଦାବି କରିବା ସହ ସମସ୍ତ ଦେଶକୁ ପାଣ୍ଠି ଯୋଗାଇଦେବାକୁ ଆହ୍ୱାନ ଦେଇଛନ୍ତି। ହ୍ୱାଇଟ୍ ହାଉସ୍ ର ଷ୍ଟାଫ୍ ସେକ୍ରେଟାରୀ ୱିଲ୍ ସ୍କାର୍ଫ୍ କହିଛନ୍ତି ଯେ ଜାତିସଂଘ ଏଜେନ୍ସିଗୁଡ଼ିକ ଉପରେ ‘ଆମେରିକା ବିରୋଧୀ ପକ୍ଷପାତିତା’ର…
