Author: Ayesha Debnath

Sheikh Mujib Rahman: ଖବରକାଗଜ ‘ପ୍ରୋଥମ୍ ଆଲୋ’ର ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଢାକାର ଧାନମଣ୍ଡି-୩୨ସ୍ଥିତ ଶେଖ୍ ମୁଜିବୁର୍ ରେହମାନ ମେମୋରିଆଲ ମ୍ୟୁଜିୟମ୍ ନିକଟରେ ବିପ୍ଳବୀ ଛାତ୍ର ଓ ସାଧାରଣ ନାଗରିକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ବେଳେ ବିକ୍ଷୋଭକାରୀମାନେ ପ୍ରବେଶ ପଥ ଅତିକ୍ରମ କରି ବିଲ୍ଡିଂ ପରିସରରେ ପ୍ରବେଶ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏହି ଅଞ୍ଚଳରେ ଏକଛତ୍ରବାଦ, ଫାସିବାଦ ଓ ଆୱାମୀ ଲିଗ୍ ବିରୋଧରେ ସ୍ଲୋଗାନ ଦେଉଥିଲେ। ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେନା ଘଟଣାସ୍ଥଳରେ ପହଞ୍ଚି ଘର ସମ୍ମୁଖରେ ମୁତୟନ ହୋଇଛନ୍ତି। ଦୀର୍ଘ ଦିନ ଧରି ମୁଜିବୁର ପରିବାର ସହ ଜଡ଼ିତ ଏହି ଘର ଏକଛତ୍ରବାଦ ଓ ଫାସିବାଦର ପ୍ରତୀକ ବୋଲି ବିକ୍ଷୋଭକାରୀମାନେ ଘୋଷଣା କରିଥିଲେ। ସେମାନେ ଦେଶରେ “ମୁଜିବିଜମ୍” ଏବଂ ଫାସିବାଦର…

Read More