Author: Ayesha Debnath

Sansaar: ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ‘ସଂସାର’ ଚଳଚିତ୍ରଟି ବାସ୍ତବରେ ଏକ ମାଇଲଖୁଣ୍ଟ ଥିଲା। ୧୯୭୧ରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସେ ବର୍ଷର ଏକ ମାତ୍ର ଚଳଚ୍ଚିତ୍ର ଯାହା ଥିଏଟର ଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଯୋଜିତ ଏହି ଚିତ୍ରକୁ ଗୌର ଘୋଷ ଓ ପାର୍ବତୀ ଘୋଷ ଉଭୟେ ନିର୍ଦ୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ସାରଦା ପ୍ରସନ୍ନ ନାୟକ। ସମ୍ପାଦନା ଦାୟିତ୍ୱରେ ଥିଲେ ଅମଳେଶ ସିକଦାର। ନିଜେ ଗୌର ଘୋଷ ଓ ପାର୍ବତୀ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଦିନେନ ଗୁପ୍ତଙ୍କ କ୍ୟାମେରା ଓ ଅନୀଲ ତାଳୁକଦାରଙ୍କ ଶବ୍ଦ ଗ୍ରହଣ ବ୍ୟତୀତ ଏହି ଚଳଚ୍ଚିତ୍ରର ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଗୁରୁ ରମଣୀ ରଞ୍ଜନ ଜେନା ନୃତ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ସଂସାର ଚଳଚ୍ଚିତ୍ର ଏକ ନୃତ୍ୟଧର୍ମୀ ଚିତ୍ର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ନିଜେ ଗୁରୁ ରମଣୀ ରଞ୍ଜନ…

Read More