Author: Ayesha Debnath

Stock Market Mayhem: ଭାରତୀୟ ଷ୍ଟକ ବଜାରରେ ବ୍ୟାପକ ବିକ୍ରି ଯୋଗୁଁ ୧୪ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବଜାର ପୁଞ୍ଜି ୪ ଟ୍ରିଲିୟନ ଡଲାର ତଳକୁ ଖସିଆସିଛି । ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପ ୩.୯୯ ଟ୍ରିଲିୟନ ଡଲାରକୁ ହ୍ରାସ ପାଇଛି, ଯାହା କି ୨୦୨୩ ଡିସେମ୍ବର ୪ ପରଠାରୁ ସର୍ବନିମ୍ନ। ୨୦୨୩ ଡିସେମ୍ବରରେ ଭାରତୀୟ ଷ୍ଟକ ବଜାରର ବଜାର କ୍ୟାପ ୫.୧୪ ଟ୍ରିଲିୟନ ସ୍ତରରେ ପହଞ୍ଚିଥିଲା। ଅର୍ଥାତ୍ ଏହି ସ୍ତରରୁ ୧ ଟ୍ରିଲିୟନ ଡଲାର କ୍ଷତି ହୋଇଛି। ୨୦୨୪ ସେପ୍ଟେମ୍ବର ଶେଷ ସପ୍ତାହରେ ବିଦେଶୀ ନିବେଶକଙ୍କ ବିକ୍ରି ଯୋଗୁଁ ଭାରତୀୟ ଷ୍ଟକ ବଜାରରେ ତୀବ୍ର ହ୍ରାସ ପରିଲକ୍ଷିତ ହେଉଛି। ବିଦେଶୀ ନିବେଶକମାନେ କ୍ରମାଗତ ଭାବେ ଭାରତୀୟ ବଜାରରୁ ଟଙ୍କା ବାହାର କରୁଛନ୍ତି। ଏହି ସ୍ତରରୁ ସେନ୍ସେକ୍ସ ୧୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୩ ପ୍ରତିଶତ ହ୍ରାସ ପାଇଛି। ନିଫ୍ଟି ୨୬୦୦୦ ସ୍ତରରୁ ୨୩୦୦୦…

Read More