What's Hot
Author: Ayesha Debnath
୨୬/୧୧ ଷଡ଼ଯନ୍ତ୍ରକାରୀ ପ୍ରତ୍ୟାର୍ପଣ, ଏଫ୍-୩୫ ବିମାନ, ବାଣିଜ୍ୟ ଚୁକ୍ତି: ମୋଦି-ଟ୍ରମ୍ପ ବୈଠକର ଘୋଷଣା
Modi-Trump meet: ହ୍ୱାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ ଯାଇଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଇମିଗ୍ରେସନ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱର ପ୍ରଥମ ମାସ ମଧ୍ୟରେ ହେବାକୁ ଥିବା ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ହେଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ ଏବଂ ଏଫ-୩୫ ବିମାନ ଚୁକ୍ତି। ମୋଦି-ଟ୍ରମ୍ପ ବୈଠକ: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମିଳିତ ସାମ୍ବାଦିକ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧିକାଂଶ ମନ୍ତବ୍ୟ ବାଣିଜ୍ୟ ଉପରେ କେନ୍ଦ୍ରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ୫୦୦ ବିଲିୟନ ଡଲାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।…
