Author: Ayesha Debnath

Solar-powered laptop: ରବିବାର ବାର୍ସିଲୋନାରେ ଚାଲିଥିବା ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (MWC) 2025 ରେ ଲେନୋଭୋ ଅନେକ ଅଭିନବ PC ଏବଂ AI ଚାଳିତ ପ୍ରଯୁକ୍ତିବିଦ୍ୟା ଲଞ୍ଚ କରିଛି । ଯାହା ବ୍ୟକ୍ତିଗତ ପ୍ରୟୋଗରେ ନୂତନ ମାନଦଣ୍ଡ ସ୍ଥିର କରିଛି । ମୁଖ୍ୟ ଆକର୍ଷଣ ମଧ୍ୟରେ ୟୋଗା ସୋଲାର PC କନସେପ୍ଟ,ଏକ ସୋଲାର ଚାଳିତ ଲାପଟପ୍, ୟୋଗା ସିରିଜ୍ ମଧ୍ୟରେ ନୂଆ ଲଞ୍ଚ ହୋଇଥିବା ଲେନୋଭୋ ଆରା ସଂସ୍କରଣ ଏହାର ବିଭିନ୍ନ ବ୍ୟବହାର ପାଇଁ ସ୍ୱତନ୍ତ୍ର ଆକୃତିର ସ୍କ୍ରିନ୍ ବିଶିଷ୍ଟ ଲାପଟପ୍ ରହିଥିଲା । ସୋଲାର ଲାପଟପ୍‌: କମ୍ପାନୀ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଏକାଧିକ ପ୍ରଡକ୍ଟ ମଧ୍ୟରୁ ସବୁଠୁ ଖାସ୍‌ ହେଉଛି ସୌର ଶକ୍ତିରେ ଚାଲୁଥିବା ଲାପଟପ୍‌, ଯାହାର ନାମ ହେଉଛି ‘Yoga Solar PC Concept’ । କମ୍ପାନୀ ସେହି ବ୍ୟବହାରକାରୀଙ୍କ ଲାଗି ଏହି ଲାପଟପ୍‌ ଆଣିଛି ଯେଉଁମାନେ ଇନଡୋର୍‌ ସହିତ ବାହାରେ ବା ଆଉଟଡୋଟ୍‌ରେ କାମ କରିବାକୁ ପସନ୍ଦ…

Read More