Author: Ayesha Debnath

ଶୁଣିବାକୁ ମିଳୁଛି ଯେ ଅମିତାଭ ବଚ୍ଚନ ଖୁବ ଶୀଘ୍ର ‘କୌନ ବନେଗା କରୋଡପତି’ରୁ ଅଲଗା ହେବାକୁ ବିଚାର କରୁଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ତାଙ୍କ ପରେ ରିୟାଲିଟି ସୋ’କୁ କିଏ ହୋଷ୍ଟ କରିବ? ଅମିତାଭ ବଚ୍ଚନ ନିଜର ଚମତ୍କାର ଅଭିନୟ ସହ ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି ଟିଭି ରିଆଲିଟି ସୋ’ ‘କୌନ ବନେଗା କରୋଡପତି’କୁ ହୋଷ୍ଟ କରି ଆସୁଛନ୍ତି। ୨୦୦୦ ମସିହାରୁ ସେ ଆୟୋଜକ ଆସନରେ ଅଛନ୍ତି। ତେବେ ଏବେ ବିଗ୍ ବି ଏହି ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ ତେବେ ‘କୌନ ବନେଗା କରୋଡପତି’ର ସିଂହାସନ କିଏ ନେବ? ମନିକଣ୍ଟ୍ରୋଲ ଅନୁଯାୟୀ, ୮୨ ବର୍ଷୀୟ ଅମିତାଭ ବଚ୍ଚନ ନିଜର କାର୍ଯ୍ୟଭାର କମାଇବା ପାଇଁ ‘କୌନ ବନେଗା କରୋଡପତି’ରୁ ଦୂରେଇ ଯିବାକୁ ଚିନ୍ତା କରୁଛନ୍ତି। ବିଗ୍ ବି ‘କେବିସି ୧୫’ ସମୟରେ…

Read More