Author: Ayesha Debnath

Heat Wave In Odisha: ଆକାଶରୁ ବର୍ଷୁଛି ନିଆଁ । ଅସ୍ତବ୍ୟସ୍ତ ଜନଜୀବନ । ମାର୍ଚ୍ଚରେ ୪୦ ଟପିବ ତାପମାତ୍ରା । କିଛି ଦିନ ପାଗ ସାମାନ୍ୟ ଥଣ୍ଡା ରହିବା ପରେ ପରଦା ପୁଣି ଉପର ମୁହାଁ ହୋଇଛି। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଏହାସହ ଆସନ୍ତା ୧୩ ଓ ୧୪ ତାରିଖରେ ୬ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ। ଆସନ୍ତାକାଲି ପ୍ରାୟ ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗିର। ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ…

Read More