Author: Ayesha Debnath

Holi Festival: ରଙ୍ଗର ପର୍ବ ହୋଲି ପାଖେଇ ଆସୁଥିବାରୁ କଟକ ଓ ଭୁବନେଶ୍ୱରରେ ସୁରକ୍ଷିତ ଓ ଶାନ୍ତିଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ, ମଦ୍ୟପାନ କରିବା ପରେ ନଦୀ କିମ୍ବା ସୁଇମିଂ ପୁଲକୁ ପ୍ରବେଶ ନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ଗିରଫ ସମେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନଦୀ ଘାଟରେ ନିୟୋଜିତ ହେବେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରମୁଖ ନଦୀ ଘାଟରେ ଅଗ୍ନିଶମ ସେବା କର୍ମଚାରୀଙ୍କ ସହ ପୁଲିସ ମୁତୟନ କରାଯିବ। ଏହାବ୍ୟତୀତ ହୋଲି ଉତ୍ସବ ନାଁରେ ଯେଉଁମାନେ ଜନଅସନ୍ତୋଷ ସୃଷ୍ଟି କରିବେ କିମ୍ବା ରାସ୍ତା ଅବରୋଧ କରିବେ ସେମାନଙ୍କୁ ଗିରଫ କରାଯିବ। ଆଇନଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ଭୁବନେଶ୍ୱରରେ ଆଇନଶୃଙ୍ଖଳା ରକ୍ଷା ପାଇଁ…

Read More