Author: Ayesha Debnath

Soundarya: ଦୁଇ ଦଶନ୍ଧି ତଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ କୁ ନେଇ ବରିଷ୍ଠ ଅଭିନେତା ମୋହନ ବାବୁଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଖମ୍ମାମ ଜିଲ୍ଲାରେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ଆକସ୍ମିକ ନୁହେଁ ବରଂ ମୋହନ ବାବୁଙ୍କ ସହ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ନ୍ୟୁଜ୍ ୧୮ କନ୍ନଡ଼ର ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ଚିଟ୍ଟିମଲ୍ଲୁ ଅଭିଯୋଗ କରିଛନ୍ତି ଯେ ସୌନ୍ଦର୍ଯ୍ୟା ଏବଂ ତାଙ୍କ ଭାଇ ଶମସାବାଦର ଜଳପଲ୍ଲୀ ଗ୍ରାମର ୬ ଏକର ଜମି ମୋହନ ବାବୁଙ୍କୁ ବିକ୍ରି କରିବାକୁ ମନା କରିଦେଇଥିଲେ। ଏହାପରେ ବଡ଼ ଧରଣର ସଂଘର୍ଷ ହୋଇଥିଲା ଏବଂ ପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଚିତିମାଲ୍ଲୁଙ୍କ କହିବା ଅନୁଯାୟୀ ମୋହନ ବାବୁ ଜୋରଜବରଦସ୍ତ ଜମି ଦଖଲ କରିନେଇଥିଲେ। ଏହି ଆଇନଗତ ଲଢ଼େଇ ଯୋଗୁଁ ବିପଦର ସମ୍ମୁଖୀନ ହେଉଥିବା…

Read More