Author: Ayesha Debnath

youtube: ଏହା ଏକ ଚିନ୍ତାଜନକ ବିଷୟ ଯେ ୟୁଟ୍ୟୁବ ଭିଡିଓ ଟେକଡାଉନ୍‍ର (ଭିଡିଓଗୁଡ଼ିକୁ ବାଦ ଦେବା) ବିଶ୍ୱସ୍ତରୀୟ ତାଲିକାରେ ଭାରତ ପୁଣିଥରେ ଶୀର୍ଷରେ ରହିଛି। ୨୦୨୪ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଗୁଗୁଲ ମାଲିକାନାରେ ଥିବା ଏହି କମ୍ପାନୀଦ୍ୱାରା ହଟାଇ ଦିଆଯାଇଥିବା ସମୁଦାୟ ୯.୪ ନିୟୁତ ଭିଡିଓ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଭାରତର ଥିଲା। ଏହାର ଅର୍ଥ, ଦେଶରେ ଏହି ଲୋକପ୍ରିୟ ଭିଡିଓ ସେୟାରିଂ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ଜାରି ରହିଛି । ବିଶେଷ କରି ପର୍ଣ୍ଣୋଗ୍ରାଫି, ହିଂସାକୁ ପ୍ରୋତ୍ସାହିତ କରିବା, ନିର୍ଯାତନା କିମ୍ବା ସାଇବର ବୁଲିଂ, ଘୃଣ୍ୟ ଭାଷଣ ଏବଂ ଭୁଲ ସୂଚନା ସମ୍ବନ୍ଧୀୟ ବିଷୟବସ୍ତୁକୁ ୟୁଟ୍ୟୁବ୍‍ର କମ୍ୟୁନିଟି ଗାଇଡଲାଇନରେ ବାରଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଶ୍ୱବ୍ୟାପୀ ନୀତି ଉଲ୍ଲଂଘନ କରୁଥିବା ୯୬ ପ୍ରତିଶତରୁ ଅଧିକ ଭିଡିଓ ପ୍ରଥମେ ପ୍ଲାଟଫର୍ମର ସ୍ୱୟଂଚାଳିତ କଣ୍ଟେଣ୍ଟ ମଡରେସନ୍ ଟୁଲ୍ ଦ୍ୱାରା ଚିହ୍ନଟ କରାଯାଇଥିଲା। ଅର୍ଥାତ ଏଥିରେ କୌଣସି ମାନବିକ ହସ୍ତକ୍ଷେପ ହୋଇନଥିଲା।…

Read More