Author: Ayesha Debnath

Holi 2025: ଆଜି ହୋଲିକା ଦହନ ବା ଦୋଳ ପୂର୍ଣ୍ଣିମା ଓ ଆସନ୍ତାକାଲି ହୋଲି। ଆପଣ ଜାଣିଛନ୍ତି କି, ମୋଗଲମାନେ ମଧ୍ୟ ହୋଲି ଖେଳିବାକୁ ବହୁତ ଭଲ ପାଉଥିଲେ ହେଲେ ଇଂରେଜମାନେ ହୋଲି ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହୋଲି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ, କିନ୍ତୁ ବର୍ତ୍ତମାନ ଏହାକୁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ବେଶ ଧୁମଧାମର ସହ ପାଳନ କରନ୍ତି । ଐତିହାସିକଙ୍କ ମତରେ ହୋଲିର ପରମ୍ପରା ବହୁ ବର୍ଷ ଧରି ଚାଲିଆସୁଛି ଏବଂ ବିଭିନ୍ନ ସ୍ଥାନରେ ଏହି ପର୍ବର ଉଲ୍ଲେଖ ରହିଛି । ମୋଗଲ ଯୁଗରେ ହୋଲି ବେଶ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଉଥିଲା। ତେବେ ମୋଗଲ କାଳରେ ଇଦ୍ ଭଳି ଖୁସିରେ ହୋଲି ପାଳନ କରାଯାଉଥିଲା। ଐତିହାସିକ ବିବରଣୀରେ ଆକବର ଯୋଧା ବାଇଙ୍କ ସହ ହୋଲି ଖେଳୁଥିବା ଏବଂ ନୁର ଜାହାଙ୍ଗୀରଙ୍କ ସହ ଜାହାଙ୍ଗୀର ଖେଳୁଥିବା ବର୍ଣ୍ଣନା କରାଯାଇଛି। ହେଲେ ପରେ…

Read More