Author: Ayesha Debnath

Accident: ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୧୭,୩୪୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୧,୪୪୧ ଜଣ ଆହତ ହୋଇଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କ ତଥ୍ୟ ଅନୁଯାୟୀ, ୨୦୨୨, ୨୦୨୩ ଓ ୨୦୨୪ରେ ଓଡ଼ିଶାରେ ସମୁଦାୟ ୩୬,୦୩୦ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୧୭,୩୪୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୧,୪୪୧ ଜଣ ଆହତ ହୋଇଛନ୍ତି। ଗତ ତିନିବର୍ଷ ମଧ୍ୟରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା, ମୃତାହତ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫୪୬୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୫୭୩୯ ଓ ୨୦୨୪ରେ ୬୧୪୨କୁ ବୃଦ୍ଧି ପାଇଛି। ସେହିପରି ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୨୨ରେ ୧୦,୩୦୨ ଥିବାବେଳେ ୨୦୨୩ରେ ଏହା ୧୦,୩୬୯ ଓ ୨୦୨୪ରେ ୧୦,୭୭୦କୁ ବୃଦ୍ଧି ପାଇଛି। ୨୦୨୨ରେ ଓଡ଼ିଶାରେ ୧୧,୬୬୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୦୨୩ରେ ଏହା…

Read More