Author: Ayesha Debnath

Debendra Pradhan Passes Away: ଆରପାରିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା । ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ଅଧ୍ୟକ୍ଷ, ଡ. ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ । ଦିଲ୍ଲୀସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ମହାପ୍ରୟାଣ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳେକୁ ପୁଅ ଧର୍ମେନ୍ଦ୍ର ଓ ବୋହୂ ମୃଦଳା ଓ ଧର୍ମପତ୍ନୀ ବସନ୍ତ ମଞ୍ଜରୀ ଉପସ୍ଥିତ ଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୮ ଓ ୧୯୯୯ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।…

Read More