Author: Ayesha Debnath

Doordarshan: ଚଳିତ ଶତାବ୍ଦୀର ଆରମ୍ଭରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତ ଗସ୍ତରେ ଆସି କହିଥିଲେ, ଆମେରିକାରେ ଯେତିକି ନ୍ୟୁଜ୍ ଚ୍ୟାନେଲ ନାହିଁ ଭାରତରେ ସେତିକି ଅଛି। ୨୪ ବର୍ଷ ତଳେ ଭାରତର ବଢ଼ୁଥିବା ଆର୍ଥିକ ଶକ୍ତିକୁ ଏହା ଥିଲା କ୍ଲିଣ୍ଟନଙ୍କ ସ୍ୱୀକୃତି। କିନ୍ତୁ ଏହା ମଧ୍ୟ ସତ ଥିଲା ଯେ, ସେତେବେଳକୁ ଦୂରଦର୍ଶନର ପତନ ଆରମ୍ଭ ହୋଇସାରିଥିଲା। ଘରୋଇ ଚ୍ୟାନେଲଗୁଡ଼ିକର ଉତ୍‍ଥାନ ସହିତ ଦୂରଦର୍ଶନର ପ୍ରାସଙ୍ଗିକତା ହ୍ରାସ ପାଇଥିଲା। ଷ୍ଟିଙ୍ଗ୍ ଅପରେସନ, ଭୂତକଥା, ଡାହାଣୀ ଚିରୁଗୁଣିଙ୍କୁ ନେଇ ଘରୋଇ ଚ୍ୟାନେଲଙ୍କ ତଣ୍ଟିକଟା ପ୍ରତିଯୋଗୀତା ଓ ଘରୋଇ ଚ୍ୟାନେଲ ଷ୍ଟୁଡିଓରେ ବସି ଗଳା ଫଟାଇ ଚିତ୍କାର କରୁଥିବା ଆଙ୍କରଙ୍କ ସ୍ୱର ଭିତରେ ଦୂରଦର୍ଶନର ସୌମ୍ୟ, ସୁଧାର ଆଙ୍କରଙ୍କ ସ୍ୱର ଆଉ ଶୁଭୁ ନ ଥିଲା । ଏହି ସମୟରେ ବର୍ତ୍ତମାନ ସମୟରେ ହୋସରେ ନ ଥାଇ ଡିବେଟ୍ କରିବା ଅଭିଯୋଗରେ ନିନ୍ଦିତ ଆଙ୍କର ଦୀପକ ଚୌରସିଆ ଦୂରଦର୍ଶନରେ ଯୋଗ ଦେଇଥିଲେ।…

Read More