Author: Ayesha Debnath

MATRIC RESULT: ଆସନ୍ତା ମାସ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏହାକୁ ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିଥିଲା । ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ । 45ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା କାର୍ଯ୍ୟ କରାଯାଇଥିବା ବେଳେ 12 ହଜାର 800 ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଥିଲେ । ତେବେ ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ରହିଥିଲା ସେଥିପାଇଁ ବୋର୍ଡ ପଦକ୍ଷେପ ନେଇଥିବା ଉପସଭାପତି କହିଛନ୍ତି । କିନ୍ତୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ସେନେଇ ଏହାକୁ ସାର୍ବଜନୀନ କରାଯିବ ନାହିଁ। ଫଳ ପ୍ରକାଶ ପରେ ଏନେଇ ସୂଚନା ଦିଆଯିବ ବୋଲି ଉପସଭାପତି କହିଛନ୍ତି ।…

Read More