Author: Ayesha Debnath

IAF : ୩ ଅପ୍ରେଲ ୨୦୨୫ର ରାତିରେ, ଜାମନଗରରେ ଭାରତୀୟ ବାୟୁସେନା (IAF)ର ଏକ ପୁରୁଣା ଜଗୁଆର ଟ୍ରେନର-ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟନାରେ ୨୮ ବର୍ଷୀୟ ପାଇଲଟ୍ ଫ୍ଲାଇଟ୍ ଲେଫ୍ଟିନାଣ୍ଟ ସିଦ୍ଧାର୍ଥ ଯାଦବଙ୍କର ମୃତ୍ୟୁ ହୋଇଥିଲା। ସେ ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାଣରେ ଥିଲେ। ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ତାଙ୍କର ଟ୍ୱିନ୍-ସିଟର ଜଗୁଆର ବିମାନ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟନାରେ ଫ୍ଲାଇଟ୍ ଲେଫ୍ଟିନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ ଚାଲିଯାଇଥିବା ବେଳେ, ତାଙ୍କ ସହ ଥିବା ଅନ୍ୟ ପାଇଲଟ୍ ସମୟ ଥାଉଁ ଇଜେକ୍ଟ କରି ବଞ୍ଚିଯାଇଥିଲେ। ତାଙ୍କର ଜାମନଗରରେ ଚିକିତ୍ସା ଚାଲିଛି। ଏହି ଘଟନା ବାୟୁସେନାର ଲଢୁଆ ବିମାନର ବିଶ୍ୱସନୀୟତା ଓ ରକ୍ଷଣାବେକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ପ୍ରତିବର୍ଷ ୨୬ ଜାନୁଆରୀରେ, ଗଣତନ୍ତ୍ର ଦିବସରେ ପାଞ୍ଚଟି ଜଗୁଆର ଲଢୁଆ ବିମାନର ଗର୍ଜନ ଆକାଶରେ ପ୍ରତିଧ୍ୱନିତ ହୋଇଥାଏ। ଏହି ବିମାନଗୁଡ଼ିକ ତାଙ୍କର ପ୍ରସିଦ୍ଧ ‘ଏରୋ-ହେଡ୍’ ଫର୍ମେସନ୍ରେ…

Read More