Author: Ayesha Debnath

Mamata Banerjee: ୱାକଫ୍‍ ସମ୍ପତ୍ତି ପରିଚାଳନାରେ ସଂସ୍କାର ଓ ସ୍ୱଚ୍ଛତା ରକ୍ଷା କରିବା ତଥା ଗରିବ ଓ ମହିଳା ମୁସଲମାନଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ସଂଶୋଧିତ ହୋଇଥିବା ନୂଆ ୱାକଫ୍‍ ଆଇନ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ତାଙ୍କ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ହେଉଛି ଦିଦିଙ୍କର। ଆଜି ଜୈନ ସମାଜର ଏକ ଆୟୋଜନରେ ଯୋଗ ଦେଇ ମମତା ଏହି ମତାମତ ଦେଇଛନ୍ତି। କୋଲକାତାରେ ଆୟୋଜିତ ଏହି ସମାବେଶରେ ମମତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେ କହିଥିଲେ ‘ମୁଁ ଜାଣିଛି ନୂଆ ୱାକଫ୍‍ ଆଇନକୁ ନେଇ ଆପଣମାନେ ବ୍ୟଥିତ ଅଛନ୍ତି। କିନ୍ତୁ ବିଶ୍ୱାସ ରଖନ୍ତୁ ପଶ୍ଚିମ ବଙ୍ଗରେ ସେମିତି କିଛି ହେବ ନାହିଁ ଯାହାଦ୍ୱାରା ବିଜେପି ଭୋଟ୍‍ ବିଭାଜନ କରି ଶାସନ କରିବ। ଆପଣ ଏହି ବାର୍ତ୍ତା ଦିଅନ୍ତୁ ଯେ, ଆପଣମାନେ ସମସ୍ତେ ଏକାଠି ଅଛନ୍ତି’। ପିଟିଆଇ…

Read More