Author: Ayesha Debnath

US: ଗ୍ରୀନ୍ କାର୍ଡ ବାତିଲ, ଅସ୍ଥାୟୀ ୱାର୍କ ଭିସା ବିପଦରେ ଏବଂ ଏଆଇ ଟେକ୍ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ଦେଶାନ୍ତର ପାଇଁ ସ୍କ୍ରିନିଂ କରାଯାଇଥିଲା। ଆମେରିକାରେ ଏବେ ଅନେକ ଭାରତୀୟଙ୍କ ଏଭଳି ଅବସ୍ଥା ରହିଛି। କେବଳ ଏତିକି ନୁହେଁ। ଦୋକାନ ଚୋରି ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଭଳି ସାମାନ୍ୟ ଉଲ୍ଲଂଘନ ଅଭିଯୋଗରେ ଆମେରିକା ଏବେ ଭାରତର ଅନେକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ରଦ୍ଦ କରୁଛି। ଭିସା ରଦ୍ଦ ହେବାର ୧୫ ଦିନ ମଧ୍ୟରେ ଏହି ଛାତ୍ରଛାତ୍ରୀଙ୍କୁ ସେଲ୍ଫ ଡିପୋର୍ଟ କରିବାକୁ ପଡ଼ିବ। କିନ୍ତୁ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ଅଛି କି? ଏକଥା ଆମେରିକୀୟ ଆଇନ କହୁଛି। ଷ୍ଟୁଡେଣ୍ଟ ଭିସାର ଏହି ସଂଶୋଧନ ଇମିଗ୍ରେସନ କୁ ନେଇ ଟ୍ରମ୍ପ ପ୍ରଶାସନର କଠୋର ଆଭିମୁଖ୍ୟର ଏକ ଅଂଶ । ଆମେରିକାରେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ଛାତ୍ରମାନେ ସବୁଠାରୁ ବଡ଼ ଗୋଷ୍ଠୀ ଅଟନ୍ତି । ଓପନ୍…

Read More