Author: Ayesha Debnath

AYUSHMAN BHARAT SCHEME : ଭାରତ ସରକାରଙ୍କ ବହୁ ପ୍ରତିକ୍ଷୀତ ଏହି ଯୋଜନା ଓଡ଼ିଶାରେ ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା(ଜେପି ନଡ୍ଡା) ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ୧୧ ଏପ୍ରିଲ ୨୦୨୫ ଏହି ଦିନ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ରହିଥିଲା । ଏବେ ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ଯାହା କାଶ୍ମୀର…

Read More