Author: Ayesha Debnath

Chhenapoda : ଛେନାପୋଡ, ଏହା କେବଳ ଏକ ମିଠା ନୁହେ । ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଇମୋସନ । ପିଲାଠାରୁ ବୁଢା ସମସ୍ତେ ବେଶ ପସନ୍ଦ କରନ୍ତି ଛେନାପୋଡ। ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ୱାଦ ସେତେ ବଢିଥାଏ । ଆଜି ସାରା ଓଡ଼ିଶାରେ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଉଛି । ଏହି ଅବସରରେ ନୟାଗଡ଼ର ପ୍ରସିଦ୍ଧ ମିଠାର ରଚୟିତା ସୁଦର୍ଶନ ସାହୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଛେନାପୋଡର ଉତ୍ପତ୍ତି ନୟାଗଡ଼ ଜିଲ୍ଲାରେ ଉତ୍ପନ୍ନ ହୋଇଥିବା ପାରମ୍ପରିକ ମିଠା ଛେନାପୋଡ଼ା ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ବେଶ୍ ଲୋକପ୍ରିୟ। ବେକ୍ଡ୍ ପନିରରୁ ପ୍ରସ୍ତୁତ ପାରମ୍ପରିକ ମିଠା ଓ ରସିଲା ଖାଦ୍ୟ ଏହାର ନିଆରା ସ୍ୱାଦ ଓ ପ୍ରସ୍ତୁତି ପାଇଁ ବିଭିନ୍ନ ଭାରତୀୟ ରାଜ୍ୟରେ ପ୍ରଶଂସକଙ୍କୁ ଦେଖିବାକୁ ମିଳିଛି। ଏହା ଏକ ମଧୁର ପରମ୍ପରା ୨୦୨୨ ମସିହାରେ ସ୍ୱେଚ୍ଛାସେବୀ…

Read More