Author: Ayesha Debnath

OMFED: ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ଓମଫେଡର କ୍ଷୀର ବା ଖାଦ୍ୟ ବ୍ୟବହାର କରାଯାଏ । ବଜାରରେ ଓମଫେଡର ବିଭିନ୍ନ ଖାଦ୍ୟ ବିକ୍ରି କରାଯାଉଥିବା ବେଳେ ଏବେ ମାର୍କେଟରେ ଆସିବାକୁ ଯାଉଛି ଓମ୍‌ଫେଡ ପାଣି ଓ ଚକୋଲେଟ । ଦୁଗ୍ଧ ଚାଷୀଙ୍କୁ ମିଳିବ ଏହାର ଲାଭ । ପଞ୍ଚାୟତ ଗୁଡିକରେ ଖୋଲିବ ଓମଫେଡ଼ ପାର୍ଲର। ଓମଫେଡ଼ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଥିଲେ। ଦୁଗ୍ଧ ଓ ଦୁଗ୍ଧ ଭିତ୍ତିକ ଉତ୍ପାଦ ପରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍ଫେଡ୍) ଚକୋଲେଟ୍ ଓ ପ୍ୟାକେଜିଂ ପାନୀୟ ଜଳ ଉତ୍ପାଦନ କ୍ଷେତ୍ରରେ ବିବିଧତା ଆଣିବାକୁ ନିଷ୍ପତ୍ତି ନେଇଛି। ଓମ୍ ଫେଡ୍ ର ଚକୋଲେଟ୍ ଉତ୍ପାଦନ ୟୁନିଟ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ପ୍ରସ୍ତୁତ କରୁଛି। ଓମଫେଡ୍…

Read More