Author: Ayesha Debnath

Pakistan: ଭାରତର ଆକ୍ରମଣର ଆଶଙ୍କାରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ବାରମ୍ବାର ତାଙ୍କ ଭୟକୁ ପ୍ରକାଶ କରୁଛନ୍ତି ଏବଂ ବିଦେଶୀ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ପାକ୍ ପକ୍ଷ ରଖୁଛନ୍ତି। ଏହା ମନେକରାଯାଉଛି ଯେ ଖ୍ୱାଜା ଆସିଫ ଅନ୍ତର୍ଜାତୀୟ ସମୁଦାୟକୁ ମଧ୍ୟସ୍ଥତା କରିବା ପାଇଁ ମନାଇବା ଲାଗି ଏମିତି କରୁଛନ୍ତି । ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଏକାକୀ ହୋଇପଡ଼ିଛି। ଅନ୍ୟପକ୍ଷରେ, ପେହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରମାଣୁ ବୋମା ପ୍ରୟୋଗ ଧମକ ଦେଉଥିବା ପାକିସ୍ତାନର ବଡ଼ବୋଲା ନେତାମାନଙ୍କର ଆଭିମୁଖ୍ୟ ଏବେ ଢିଲା ପଡ଼ିବା ଆରମ୍ଭ ହୋଇଛି। ଭାରତ ବିରୋଧରେ ପରମାଣୁ ଆକ୍ରମଣ ଧମକ ଦେଉଥିବା ବରିଷ୍ଠ ରାଜନେତା ତଥା ସତ୍ତାଧାରୀ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ପାର୍ଟିର ବଡ଼ବୋଲା ନେତା ଖ୍ୱାଜା ଆସିଫଙ୍କ ସ୍ୱର ଏବେ ବଦଳି ଯାଇଛି। ସେ ଏବେ କହିଛନ୍ତି ଯେ, “ପାକିସ୍ତାନ ଉଚ୍ଚ ସତର୍କ ଅବସ୍ଥାରେ ଅଛି, କିନ୍ତୁ ସେ ତା’ର ପରମାଣୁ ଅସ୍ତ୍ରଶସ୍ତ୍ର କେବଳ…

Read More