Author: Ayesha Debnath

Supreme Court : ଓ୍ଵାକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ନୂତନ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ସୟଦ ଆଲୋ ଆକବରଙ୍କ ଓକିଲଙ୍କୁ ବିଚାରାଧୀନ ୫ଟି ମାମଲାରେ ହସ୍ତକ୍ଷେପ ଆବେଦନ କରିବାକୁ କହିଛନ୍ତି। “ତୁମେ ଏହାକୁ ପ୍ରତ୍ୟାହାର କର। ଆମେ ଏପ୍ରିଲ ୧୭ ରେ ଏକ ଆଦେଶ ଦେଇଥିଲୁ ଯେ କେବଳ ପାଞ୍ଚଟି ଆବେଦନର ଶୁଣାଣି କରାଯିବ,” ପ୍ରଧାନ ବିଚାରପତି କହିଛନ୍ତି, “ଯଦି ପରାମର୍ଶ ଦିଆଯାଏ ତେବେ ବିଚାରାଧୀନ ପିଟିସନରେ ଆବେଦନକାରୀଙ୍କ ପାଇଁ ଆବେଦନ ଦାଖଲ କରିବା ଖୋଲା ରହିବ। ଏପ୍ରିଲ ୧୭ତାରିଖରେ ଖଣ୍ଡପୀଠ ମୋଟ ଆବେଦନ ମଧ୍ୟରୁ ମାତ୍ର ୫ଟି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମାମଲାର ଶୀର୍ଷକ ରଖିଥିଲେ: ‘ଇନ୍ ରେ: ଓ୍ଵାକ୍ଫ୍ (ସଂଶୋଧନ) ଆଇନ, ୨୦୨୫’।…

Read More