Author: Ayesha Debnath

Keerthy Suresh Wedding: ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସାଉଥର ବେଶ ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ । ସୋସିଆଲ ମିଡ଼ିଆରେ ଦୀର୍ଘ ଦିନ ଧରି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେହି ଗୁଜବକୁ ସତ ପ୍ରମାଣିତ କରିଛନ୍ତି କୀର୍ତ୍ତି । ଫ୍ୟାନ୍ସଙ୍କୁ ଖୁସି ଖବର ଦେବା ସହ ଅଫିସିଆଲି ତାଙ୍କ ସମ୍ପର୍କକୁ ଘୋଷଣା କରିଛନ୍ତି । ଏହାକୁ ନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଫଟୋଟି ଦିୱାଲୀ ସମୟରେ କ୍ଲିକ୍ ହୋଇଥିବା ବେଳେ ସେଥିରେ ଆଣ୍ଟୋନି ଫାୟାରକ୍ରାକ ଧରିଥିବାବେଳେ କିର୍ତ୍ତୀ ତାଙ୍କ କାନ୍ଧରେ ହାତ ରଖି ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ଏହାକୁ ନେଇ କ୍ୟାପ୍ସନରେ ଅଭିନେତ୍ରୀ ଲେଖିଛନ୍ତି ଯେ, 15 years and counting ♾️🧿It has always been.. ତାଙ୍କ ପୋଷ୍ଟ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦୁହିଁଙ୍କୁ ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।…

Read More