Author: Ayesha Debnath

Allu Arjun: ଦର୍ଶକଙ୍କ ମନ ଜିତୁଛି ଫିଲ୍ମ ‘ପୁଷ୍ପା ୨’। ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରାବିଶ୍ୱରେ ରିଲିଜ୍ ହୋଇଛି ‘ପୁଷ୍ପା ୨’। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି। ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଥିବାବେଳେ ଦ୍ଵିତୀୟ ଦିନ‌ରେ କେବଳ ଭାରତରେ ୯୦କୋଟିରୁ ଅଧିକ ଆୟ କରିଛି। ପୁରା ବିଶ୍ୱସ୍ତରରେ ବକ୍ସ ଅଫିସର ଆୟକୁ ମିଶାଇବା ତେବେ ଫିଲ୍ମର ୨ଦିନର ଆୟ ୪୦୦କୋଟି ଟପିଛି। ତେବେ ଏହାକୁ ନେଇ ଆଉ ଏକ ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା। ରିଲିଜ ପୂର୍ବରୁ ଡିସେମ୍ବର ୪ରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ଅଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଏଜେନ୍ସି ଏବଂ ଥିଏଟର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଅଲୁ ଅର୍ଜୁନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଅଲୁ ଅର୍ଜୁନ…

Read More