Author: Ayesha Debnath

Spinach paratha: ଶୀତଦିନରେ ବଜାରରେ ସହଜରେ ଉପଲବ୍ଧ ହୋଇଥାଏ ପାଳଙ୍ଗ ଶାଗ । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ, ଏହାକୁ ରୋଷେଇ କରିବା ମଧ୍ୟ ସେତେ ସହଜ । ପାଳଙ୍ଗ ଶାଗରେ ଅଧିକ ପରିମାଣର ପାଣିଥିବାରୁ ଏହା ସିଝିବାରେ ଅଧିକ ସମୟ ନେଇ ନଥାଏ । ପାଳଙ୍ଗ ଶାଗ ଶାରୀରିକ ବିକାଶ ପାଇଁ ବେଶ୍‌ ଲାଭଦାୟକ। ଏଥିରେ ମିନେରାଲ୍‌, ଭିଟାମିନ୍‌ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି । ଏଥିରେ ସମସ୍ତ ପ୍ରକାର ଔଷଧୀୟ ଗୁଣ ଭରି ରହିଛି । ଯେଉଁମାନଙ୍କ ଶରୀରରେ ରକ୍ତ( blood level ) ଅଭାବ ହୋଇଥାଏ, ସେମାନଙ୍କୁ ନିଶ୍ଚୟ ତାଙ୍କ ଖାଦ୍ୟରେ ଏହି ପାଳଙ୍ଗକୁ ସାମିଲ କରିବା ଜରୁରୀ । ଆପଣମାନେ ପାଳଙ୍ଗ ଶାଗର ଭଜା କିମ୍ବା ତରକାରୀ ତ ନିହାତି ଭାବରେ ଖାଇଥିବେ । ହେଲେ ଏଥର ଆପଣ ଏହାକୁ କିଛି ଅଲଗା ଢଙ୍ଗରେ ତିଆରି କରନ୍ତୁ ଏବଂ ଏହାର ମଜା…

Read More