Author: Ayesha Debnath

Donald Trump: ଲାଗୁଛି ଡୋନାଲ୍ଡ ଟ୍ରମ୍ପ ଚୀନ୍ ପିଛା ଛାଡ଼ିବେ ନାହିଁ । ଚୀନ ପଛରେ ଟ୍ରମ୍ପ ଏମିତି ପଡ଼ିଛନ୍ତି ଯେମିତି ଶିକାର ପଛରେ ଚିତା ଲାଗେ । ଦ୍ୱିତୀୟ ପାଳିରେ ଟ୍ରମ୍ପ ଚୀନକୁ ପାନେ ଦେବା ପାଇଁ ମସୁଧା କରି ଆସିଥିବା ମନେ ହେଉଛି । ପ୍ରଥମେ ଟାରିଫ୍ ୱାରା ଏବେ ପୁରୁଣା ପାଠର ଆଲୋଚନା କରୁଛନ୍ତି ଟ୍ରମ୍ପ । ୫ ବର୍ଷ ତଳର କୋଭିଡ୍ ଫାଇଲ ଖୋଲି ଚୀନକୁ ପୁଣି ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ । ୫ ବର୍ଷ ପୂର୍ବେ ବିଶ୍ୱବ୍ୟାପୀ ବିପର୍ଯ୍ୟୟ ସୃଷ୍ଟି କରିଥିବା କୋଭିଡ-୧୯ ପ୍ରସଙ୍ଗକୁ ପୁନର୍ବାର ଉଠାଇ ଚୀନ ଉପରେ ଆକ୍ରମଣ କରିଛନ୍ତି। ଆମେରିକୀୟ ସରକାର କରୋନା ଭୂତାଣୁର ଉତ୍ପତ୍ତି ପ୍ରସଙ୍ଗକୁ ଆଉ ଦବାଇ ରଖିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ବିଶ୍ୱକୁ ‘କୋଭିଡର ସତ୍ୟ’ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ହ୍ୱାଇଟ୍ ହାଉସ୍ ଏକ ନୂଆ କୋଭିଡ-୧୯ ୱେବସାଇଟ୍ ଲଞ୍ଚ କରିଛି,…

Read More