Author: Ayesha Debnath

UPI transactions: ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ କରିବାକୁ ସରକାର କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସଟି ଆଦାୟ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ଯେଉଁ ଦାବି କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତିକର ଏବଂ ବିନା ଆଧାରରେ। ବର୍ତମାନ ସରକାରଙ୍କ ନିକଟରେ ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିର୍ଦ୍ଦିଷ୍ଟ ଉପକରଣ ବ୍ୟବହାର କରି କରାଯାଇଥିବା ଦେୟ ସମ୍ବନ୍ଧୀୟ ମର୍ଚେଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଭଳି ଚାର୍ଜ ଉପରେ ଜିଏସଟି ଆଦାୟ କରାଯାଏ । ୨୦୨୦ ଜାନୁଆରୀରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଡିସେମ୍ବର ୩୦, ୨୦୧୯ର ଗେଜେଟ୍ ବିଜ୍ଞପ୍ତି ଜରିଆରେ ପର୍ସନ-ଟୁ-ମର୍ଚେଣ୍ଟ (ପି୨ଏମ୍) ୟୁପିଆଇ କାରବାର ଉପରେ ଏମଡିଆରକୁ ହଟାଇ…

Read More