Author: Ayesha Debnath

Gestational Diabetes: ବର୍ତ୍ତମାନ ଡାଇବେଟିସ୍ ବା ମଧୁମେହଜନିତ ସମସ୍ୟା ଖୁବ୍ ସାଧାରଣ ହୋଇଯାଇଛି। ଖୁବ୍ କମ୍ ବୟସରେ ଡାଇବେଟିସ’ର ଲକ୍ଷଣ ଦେଖାଯାଉଛି, କାରଣ ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ଏନେଇ ଆମକୁ ମୂଳରୁ ହିଁ ଖାଦ୍ୟପେୟରେ ଧ୍ୟାନ ରଖିବାକୁ ପଡ଼ିବ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ। ଯେହେତୁ ଗର୍ଭାବସ୍ଥା ନାରୀ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅବସ୍ଥା ତେଣୁ ଏ ସମୟରେ ସୁଷମ ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ। ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାକୁ ଟିପ୍ସ: ଖାଦ୍ୟ ଖାଇବା ବେଳେ ପୌଷ୍ଟିକ ଅଦଳବଦଳ କରନ୍ତୁ, ଯେପରିକି ପ୍ରଥମେ ପ୍ରୋଟିନ୍ ଖାଇବା, ତା’ ପରେ ସାଲାଡ୍ ଆଦି ଫାଇବର୍ ଜାତୀୟ…

Read More